ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ ଉଦଘାଟିତ । ଏହି ଅବସରରେ ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ୍ତ । କୌଣସି ଚାଷଜମି ଜଳାଭାବର ଶିକାର ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି । ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର ।
ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍ କୁ ଏକ ବୈପ୍ଲବିକ ଯୋଜନା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ । ଜଳର ଉପଯୁକ୍ତ ବ୍ୟବହାର ଏବଂ ଶୁଦ୍ଧ ପାନୀୟ ଜଳର ଉପଲବ୍ଧତାକୁ ବୃଦ୍ଧି କରିବା ବର୍ତ୍ତମାନର ଆବଶ୍ୟକତା । ତେଣୁ ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

