Trump

ନୂଆଦିଲ୍ଲୀ: ଇରାନ ସହ ବଢୁଛି ବିବାଦ । ​ଟ୍ରମ୍ପଙ୍କ ଚେତାବନୀ, ସମୁଦ୍ର ପଥ ନଖୋଲିଲେ ଭୟଙ୍କର ହେବ ପରିଣାମ । ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ୪ହଜାର ୫୦୦ ସୈନ୍ୟ ପଠାଇଲା ଆମେରିକା । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କୁ ନେଇ ଉତ୍ତେଜନା ବଢୁଛି । ​’ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଜଳପଥରେ ଇରାନର କବଜା ଥିବାରୁ ତେଲ ଯୋଗାଣରେ ବାଧା ସୃଷ୍ଟି ହେଉଛି । ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ପଶ୍ଚିମ ଏସିଆକୁ ପ୍ରାୟ ୪ହଜାର ୫୦୦ ଅତିରିକ୍ତ ନୌସେନା ଓ ମାରିନ୍ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି ।  ଆମେରିକାର କାଲିଫର୍ଣ୍ଣିଆରୁ ‘ୟୁଏସ୍ଏସ୍ ବକ୍ସର’ ଯୁଦ୍ଧ ଜାହାଜ ସହିତ ପ୍ରଶିକ୍ଷିତ ସୈନ୍ୟଦଳ ବାହାରି ସାରିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ସୈନ୍ୟ ସେଠାରେ ପହଞ୍ଚି ସାରିଲେଣି। ବର୍ତ୍ତମାନ ପଶ୍ଚିମ ଏସିଆରେ ଆମେରିକାର ମୋଟ ସୈନ୍ୟ ସଂଖ୍ୟା ୫୦ହଜାରରୁ ଅଧିକ ହୋଇଛି । ​ବିଶ୍ୱର ପ୍ରାୟ ୨୦% ଅଶୋଧିତ ତେଲ ଏହି ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଯାଏ ।

Share