ନୂଆଦିଲ୍ଲୀ : ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାମାଜିକ କର୍ମୀ ସୋନ ୱାଙ୍ଗଚୁକଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଟ-ୟୁଜି ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ସଫଳତା ବୋଲି କହିଛନ୍ତି ।
ସୋନମ କହିଛନ୍ତି, ଏହା ଲୋକତନ୍ତ୍ରରର ବିଜୟ । ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ । ସେ ଆନ୍ଦୋଳନରେ ସାମିଲ ହୋଇଥିବା CJP ଏବଂ ଦେଶର ଜେନ୍ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଆରମ୍ଭ । ଏବେ ସରକାରଙ୍କ ଦାୟିତ୍ୱ ହେଉଛି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା, ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା । ଲୋକମାନେ ଭୟ ଏବଂ ଭୟର ଭୟକୁ ତ୍ୟାଗ କରି ଦେଶର ପ୍ରତ୍ୟେକ କୋଣରୁ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି । ଆପଣ ସମସ୍ତଙ୍କୁ ଧନ୍ୟବାଦ ।
CJP ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଘୋଷଣାକୁ ସ୍ବାଗତ କରାଯାଇଛି । କିନ୍ତୁ ଛାତ୍ର ଆନ୍ଦୋଳନ ସରିନାହିଁ ବୋଲି କହିଛନ୍ତି । CJP ନେତା ଶନିବାର ଜନ୍ତରମନ୍ତରରେ ବଡ଼ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଙ୍କୁ ସମ୍ବୋଧନ କରି କହିଛନ୍ତି, ଛାତ୍ରମାନଙ୍କ ୩ ମୁଖ୍ୟ ଦାବି ଉପରେ ଲିଖିତ ଆଶ୍ବାସନା ମିଳିନାହିଁ, ସେଯାଏଁ ଆନ୍ଦୋଳନ ଜାରି ରହିବ । ଛାତ୍ରଙ୍କୁ ସମ୍ବୋଧନ କରିଥିବା ସିପେଜି ମୁଖ୍ୟ ଅଭିଜିତ ଦୀପକେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସାମିଲ ଥିଲେ ।
୩ ପ୍ରମୁଖ ଦାବି ମଧ୍ୟରେ ଗୋଟିଏ ଦାବି ପୂରଣ ହୋଇଛି । ଦ୍ବିତୀୟରେ ନିଟ୍ ପାଇଁ ଜୀବନ ହାରିଥିବା ପରିବାରକୁ ୧ କୋଟି ଟଙ୍କା ଦେବାକୁ ଦାବି ହୋଇଛି । ଜୁଲାଇ ୨୦ରେ ମାଡ଼ ମାରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି । ଏଫଆଇଆର ହୋଇଥିବା ଛାତ୍ରଛାତ୍ରୀଙ୍କ ନାମରୁ ମାମଲା ପ୍ରତ୍ୟାହାର କରାଯାଉ ।

