ବୈତରଣୀ ଓ ସାଳନ୍ଦୀରେ କମୁଛି ପାଣି, ଘାଇ ଯୋଗୁଁ ଏବେବି ୮ ଗାଁ ଜଳବନ୍ଦୀ

River

ଭଦ୍ରକ: ବିପଦ ସଙ୍କେତ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରି ବିପଦ ସଙ୍କେତ ଆଡକୁ ଯାଉଥିଲା। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ଥିବାବେଳେ ଏବେ ୧୮.୩ରେ ପ୍ରବାହିତ ହେଉଛି। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କମିଛି। ରାଜ ଘାଟଠାରେ ବିପଦ ସଂକେତ ୧୭ ଫୁଟ୍ ଥିବାବେଳେ ଏବେ ୧୬ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।

ବାରୋ ଡିହ ଠାରେ ସାଳନ୍ଦୀର ୨୦୦ ଫୁଟର ଘାଇ ଓ ଲଞ୍ଜା ତରା ଠାରେ ନାଳିଆ ନଦୀର ୩୦୦ ଫୁଟ ଘାଇରେ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଏବେବି ବାରୋ ପଞ୍ଚାୟତର ୪ ଓ ବିଳନ ପଞ୍ଚାୟତର ୪ ଗାଁ ଜଳାର୍ଣ୍ଣବ ହୋଇଛି। ଅନ୍ୟପଟେ, ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନି, ପୁଣି ଆସିଛି ବନ୍ୟା । ପୁଣି ଡରାଇଛି ବୈତରଣୀ, ସାଳନ୍ଦୀ, ଜଳକା । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ବୈରତଣୀର ଜଳସ୍ତର।

Share