ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ ରଞ୍ଜନ ପାଠକଙ୍କୁ ଅହମ୍ମଦାବାଦର ଗୁଜରାଟ ହାଇକୋର୍ଟ ଏବଂ ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ବିଳାସପୁରର ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରାଯାଇଛି।
