ଅବତରଣ ବେଳେ ଲେଜର ଆଲୋକରେ ଶିକାର ହେଲା ବିମାନ; ବର୍ତ୍ତିଲେ ୧୫୯ ଯାତ୍ରୀ

C472633d 77ca 4787 934d f855abc6a401

କାତା:କାତା ବିମାନବନ୍ଦରରେ ବଡ ଅଘଟଣ।ମାଲେସିଆ ଏୟାରଲାଇନ୍ସର MH-184 ବିମାନଟି କକାତା ବିମାନବନ୍ଦରରେ ଅବତରଣ କରିବା ସମୟରେ ଲେଜର ଆଲୋକରେ ଶିକାର ହୋଇଛି।ବିମାନଟି କ୍ୱାଲାଲମ୍ପୁରରୁ ୧୫୯ ଜଣ ଯାତ୍ରୀଙ୍କୁ ନେଇ କକାତା ଆସୁଥିବା ବେଳେ ଘଟିଛି ଏଭଳି ଘଟଣା। ଲେଜର ଆଲୋକ ସିଧାସଳଖ କକପିଟ୍‌ ଦିଗକୁ ପଡ଼ିବାରୁ ପାଇଲଟ୍‌ଙ୍କ ଦୃଷ୍ଟି କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ୨୦ରେ184 ବିମାନଟି ଅବତରଣ କରିବାର ଥିଲା। ତେବେ ରନୱେଠାରୁ ପ୍ରାୟ ୮ ନଟିକାଲ୍ ମାଇଲ୍‌ ଦୂରରେ ଥିବା ସମୟରେ ହଠାତ୍ ଲେଜର ଆଲୋକ ପାଇଲଟ୍‌ଙ୍କ ଦୃଷ୍ଟିକୁ ପ୍ରଭାବିତ କରିଥିଲା। ଫଳରେ ସେ କିଛି ସମୟ ପାଇଁ ବିଚଳିତ ହୋଇଥିବା ଜଣାପଡ଼ିଛି। ପରିସ୍ଥିତିକୁ ନଜରରେ ରଖି ବିମାନଟି ତୁରନ୍ତ ଲ୍ୟାଣ୍ଡିଂ ନକରି ଆକାଶରେ ଘୂରିବାକୁ ବାଧ୍ୟ ହୋଇଥିଲା।ପରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ରାତି ପ୍ରାୟ ୧୧ଟା ୨୫ରେ ବିମାନଟି ସୁରକ୍ଷିତ ଭାବେ କୋଲକାତା ବିମାନବନ୍ଦରରେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ୧୫୯ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ପରେ ମାଲେସିଆ ଏୟାରଲାଇନ୍ସ ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଏହାପରେ କକାତା ବିମାନବନ୍ଦର କର୍ତ୍ତୃପକ୍ଷ ପୋଲିସ ଥାନାରେ ଅଭିଯୋଗ ଦାଖଲ କରିଥିବା ସୂତ୍ରରୁ ଜଣାପଡ଼ିଛି।

କାତା ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ ବିମାନବନ୍ଦର ଆଖପାଖ ଅଞ୍ଚଳରେ ଲେଜର ଲାଇଟ୍‌ ବ୍ୟବହାର ନିଷିଦ୍ଧ। ତଥାପି ମଝିରେ ମଝିରେ ଏଭଳି ଘଟଣା ଘଟୁଛି, ଯାହା ବିମାନ ଚଳାଚଳକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ଘଟଣାଟି ପୋଲିସର ଦୃଷ୍ଟିକୁ ଅଣାଯାଇଥିବା ଏବଂ ଏହାର ତଦନ୍ତ ଚାଲିଥିବା ସେ କହିଛନ୍ତି।

କାତା ବିମାନବନ୍ଦର ଅଞ୍ଚଳରେ ଲେଜର ଆଲୋକ ଯୋଗୁଁ ପାଇଲଟ୍‌ମାନେ ସମସ୍ୟାରେ ପଡ଼ିବା ଘଟଣା ନୂଆ ନୁହେଁ।୨୦୨୫ ଦୁର୍ଗାପୂଜା ସମୟରେ ମଧ୍ୟ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ୍‌ ମଣ୍ଡପ ନିକଟରେ ବ୍ୟବହୃତ ଲେଜର ଲାଇଟ୍‌କୁ ନେଇ ପାଇଲଟ୍‌ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ପରେ ସେଠାରେ ଲେଜର ଶୋ ବନ୍ଦ କରାଯାଇଥିଲା।

Share