ରାଉରକେଲା ଷ୍ଟେସନରେ ଭୁଶୁଡ଼ିଲା ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Station c

ରାଉରକେଲା: ଭୁଶୁଡ଼ିଲା ଷ୍ଟେସନର ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାଉରକେଲା ରେଳ ଷ୍ଟେସନରେ ବଡ଼ ଅଘଟଣ । କିଛି ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍ ହଠାତ ଭୁଶୁଡ଼ି ପଡ଼ିଛି । ରାଉରକେଲା ରେଳବାଇ ଷ୍ଟେସନ ସଂପ୍ରସାରଣ କାର୍ଯ୍ୟ ପାଇଁ ଲାଗିଥିବା ଟେଣ୍ଟ ଗତ କିଛି ଦିନ ପୂର୍ବରୁ ବର୍ଷା ପବନରେ ଉଡ଼ି ଯାଇଥିବା ବେଳେ ଆଜି ଟେଣ୍ଟ ସହ ଷ୍ଟ୍ରକଚର ଭୁଷୁଡି ପଡିଛି । ଫଳରେ ସେଡ୍ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡର ଭଗ୍ନାବଶେଷ ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ହଠାତ୍ ସେଡଟି ଭୁଶୁଡ଼ି ପଡ଼ିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା । ତେବେ ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାଁନ୍ତି ।

Share