ଅନ୍ୟପକ୍ଷରେ ହାତୀପଲଙ୍କ ଗତିବିଧି ଉପରେ ପାଟଣା ବନବିଭାଗ ନଜର ରଖିଛି। ହାତୀପଲ କେଉଁ ଅଞ୍ଚଳକୁ ଯାଉଛନ୍ତି ଏବଂ କେଉଁ ଗ୍ରାମ ଦେଇ ଗତି କରୁଛନ୍ତି, ସେନେଇ ବନବିଭାଗ କର୍ମଚାରୀମାନେ ନିୟମିତ ନିରୀକ୍ଷଣ କରୁଛନ୍ତି।ତେବେ ହାତୀଙ୍କ ନିକଟକୁ ନଯିବା ସହ ସେମାନଙ୍କୁ ଉତ୍ତେଜିତ ନକରିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।
ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଗତକାଲି ପାଟଣା ବନାଞ୍ଚଳ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଥିଲା। ହାତୀପଲ ବିଭିନ୍ନ ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ହାତୀଙ୍କ ଉପସ୍ଥିତି ଖବର ପାଇବା ପରେ ସେମାନଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।
