ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACS (ପ୍ରାଥମିକ କୃଷି ସମବାୟ ସମିତି) କୁ ଏବଂ ୧୪୨୬ ଟନ୍ ସାର ଡିଲରମାନଙ୍କୁ ପ୍ରଦାନ କରାଯାଇଛି। କେବଳ ମାର୍କଫେଡ୍ ପାଖରେ ୨୯ ହଜାର ଟନ୍ ସାର ମହଜୁଦ ରହିଛି। କଳାବଜାରୀ ଏବଂ ନକଲି ସାର ବିକ୍ରିକୁ ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି।
ସାର କଳାବଜାରୀ ଉପରେ ଲାଗିବ ରୋକ୍। ଆଗାମୀ କୃଷି ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସାରର ଅଭାବ ଯେପରି ନହୁଏ, ସେଥିପାଇଁ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ସୁରକ୍ଷିତ ଭାବେ ମହଜୁଦ ରହିଛି । ଚାଷୀମାନଙ୍କୁ ସହଜରେ ସାର ଯୋଗାଇଦେବା ପାଇଁ ସମବାୟ ସମିତି ଏବଂ ଡିଲରମାନଙ୍କ ଜରିଆରେ ବଣ୍ଟନ ଜାରି ରହିଛି । ଚାଷୀମାନେ ଯେପରି ସମୟ ମଧ୍ୟରେ ଏବଂ ସଠିକ୍ ଦରରେ ସାର ପାଇପାରିବେ, ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।
