ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ! । ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବା ସମ୍ଭାବନା । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ପ୍ରଭାବରେ ରାଜ୍ୟର ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି । ୧୫ ତାରିଖ ପର୍ଯ୍ୟନ୍ତ ପୂରା ରାଜ୍ୟରେ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅନୁଗୁଳ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି କେବଳ ସୁନ୍ଦରଗଡକୁ ଅରେଞ୍ଜ ଆଲର୍ଟ ରହିଛି ।
ସେହିପରି ଓଡ଼ିଶା ଉପକୂଳ ଓ ଆଖପାଖ ସମୁଦ୍ର ଅଞ୍ଚଳରେ ୧୫ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ମଝିରେ ମଝିରେ ପବନର ବେଗ ୬୦ କିମି ଛୁଇଁବା ସହ ଝଡ଼ପବନର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
