୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ କାବୁ କଲା ଭିଜିଲାନ୍ସ

Vigilance3

କଟକ : ଭିଜିଲାନ୍ସ ଜାଲରେ ଆରଆଇ । ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜଣେ ଆରଆଇ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ତୁଡ଼ିଗଡ଼ିଆର ଆରଆଇ ଶରତ କୁମାର ସେଠୀ ଗିରଫ । ଜମି ପଟ୍ଟା ପାଇଁ ଅନୁକୂଳ ରିପୋର୍ଟ ଦେବା ଏବଂ ଜମିର ପଟ୍ଟା ପ୍ରଦାନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆର ଆରଆଇ ଶରତ କୁମାର ସେଠୀ ଗିରଫ । ଜଣେ ଆବେଦନକାରୀ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ କରି ଜେଜେବାପାଙ୍କ ନାଁରେ ଆର୍ ଓଆର୍ ପାଇଁ ଆବେଦନ କରିଥିଲେ । ଆର୍ ଆଇ ଶରତ କୁମାର ସେଠୀ ପ୍ରକ୍ରିୟାକରଣରେ ବିଳମ୍ବ କରିବା ସହ ଅନୁକୂଳ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ ।

ଲାଞ୍ଚ ଦେବାକୁ ଅନିଚ୍ଛୁକ ଆବେଦନକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଏକ ଟିମ୍ ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ଆର୍ ଆଇଙ୍କ କାର୍ଯ୍ୟାଳୟ କୋଠରୀରେ ଚଢ଼ାଉ କରିଥିଲା । ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରତ କୁମାର ସେଠୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆର୍ ଆଇ ଶରତ କୁମାର ସେଠୀଙ୍କ ବାସଗୃହ ସହ ଅନ୍ୟ ୨ଟି ସ୍ଥାନରେ ତଲାସୀ ଜାରି ରହିଛି । ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଆର୍ ଆଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

Share