ସରକାରୀ ଚାକିରି କରାଇଦେବା ଆଳରେ ଦେଢ଼ କୋଟି ଟଙ୍କା ଠକେଇ, ଦମ୍ପତିଙ୍କ ସହ ୫ ଗିରଫ

ARRREST v

ବ୍ରହ୍ମପୁର : ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ । ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଲୁଟ ।  ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥ ଥାନା ପୋଲିସ ଜଗଦୀଶ ବେହେରା ଓ ତାଙ୍କର ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେବା ପରେ ସେଥିରେ ବିଶ୍ୱାସ କରି ମନୋରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି କିଛି ଶିକ୍ଷିତ ବେକାରୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ସଂଗ୍ରହ କରି ଜଗଦୀଶଙ୍କୁ ଦେଇଥିଲେ । ତେବେ ଚାକିରି ନ ହେବାରୁ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ମୋବାଇଲ୍ ଫୋନ୍, ଚାକିରି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହାସହ ନକଲି ନିଯୁକ୍ତି ପତ୍ର, ରସିଦ ଆଦି ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗୋପାଳପୁରର ଜଗଦୀଶ ବେହେରା ଓ ତାଙ୍କ ସ୍ତ୍ରୀ ବନିତା ବେହେରା, ପୁରୀର ଅଜିତ ପଣ୍ଡା, କେନ୍ଦ୍ରାପଡ଼ାର ଶିଶିର କୁମାର ମିଶ୍ର ଓ ଖୋର୍ଦ୍ଧାର ଲିଟୁ ସ୍ୱାଇଁ ।

ତେବେ ଏହି ଠକେଇ ରାକେଟ୍‌ରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି? କେତେ ଜଣ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରାଯାଇଛି? ଏବଂ ଠକେଇ ଟଙ୍କାର ପରିମାଣ କେତେ? ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ସରକାରୀ ଚାକିରିର ଲୋଭ ଦେଖାଇ ଯୁବପିଢ଼ିଙ୍କୁ ଠକୁଥିବା ଏହି ରାକେଟ୍‌ର ଚେର କେତେ ଦୂର ଲମ୍ବିଛି, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।

Share