ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଭୁବନେଶ୍ୱର ପାଇଁ ଦାୟିତ୍ୱ ନିଭାଇବାରେ ୧୦୦ ପ୍ରତିଶତ ଚେଷ୍ଟା କରୁଛି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡରେ ଦର୍ଶାଇଛନ୍ତି ଭୁବନେଶ୍ବରରେ ୫୫ ପ୍ରକାର କାର୍ଯ୍ୟ କରାଯାଇଛି । ସଂସଦୀୟ କ୍ଷେତ୍ରରେ ୮ ଟି ମୁଖ୍ୟ କାର୍ଯ୍ୟ ରହିଛି। ୧୮ ପ୍ରସ୍ତାବରୁ ୧୧ ଟି ଉପରେ ବର୍ତ୍ତମାନ କାମ ଚାଲିଛି । ୧୦ଟି ଫୁଟ ଓଭର ବ୍ରିଜ୍ ,୭ ଟି ଫ୍ଲାଏ ଓଭର, ୧୬ ଟି ଅଣ୍ଡର ପାସ୍ ହୋଇଛି । ପଳାଶୁଣୀରେ ୭ ମିଟରର ସର୍ଭିସ ରୋଡ କରିବାକୁ ଯୋଜନା ଚାଲିଛି । ପଳାଶୁଣୀରୁ ରସୁଲଗଡ଼ ଭିତରେ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ ଓଭର ବ୍ରିଜ୍ ଓ ସ୍କାଏ ମାର୍ଗ କରାଯିବ। ୧୧୧କିମି ୬ ଲେନ୍ ବିଶିଷ୍ଟ ରାସ୍ତାର କାମ ଆରମ୍ଭ ହେବ । ଯାହା ଦ୍ୱାରା ୩ ଜିଲ୍ଲା ବିଶେଷ ଭାବେ ଉପକୃତ ହେବେ।
ଭୁବନେଶ୍ୱର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଆଣିବାକୁ ୩୭ ଟି ବଡ ବଡ ରୋଡ କରାଯିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅପରାଜିତା । ୭ ହଜାର ୫୦୦ ସୋଲାର ଲାଇଟ ର ବ୍ୟବସ୍ଥା କରାଯାଇଛି । ୬୫୭ ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସରେ ଆକ୍ୱାଗର୍ଡ ପାଣିର ବ୍ୟବସ୍ଥା କରାଯାଇଛି । ପାଣ୍ଡରା ଛକରେ ମଡର୍ଣ୍ଣ ହୋଲସେଲ୍ ମାଛ ମାର୍କେଟ ଖୁବଶୀଘ୍ର ହେବ । ଏଥିପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବ । ୬୩୦ କୋଟି ବ୍ୟୟରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଭୁବନେଶ୍ୱରର ଅନେକ ପ୍ରାଚୀନ ମନ୍ଦିରକୁ ଏଏସଆଇ ଅଧୀନକୁ ଅଣା ଯାଇଛି । ପ୍ରତି ବ୍ଲକରେ ହେବ ଲାଇବ୍ରେରୀ । ତେଣୁ ଆଗକୁ ସେଠାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ। ଏଥିପାଇଁ ନିଜେ ଯାଇ ପିଲାଙ୍କୁ ତାଲିମ ଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଅପରାଜିତା । ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି । ଜନ ଔଷଧି କେନ୍ଦ୍ର ବର୍ତ୍ତମାନ ୧୧୫ ଟି ବିଭିନ୍ନ ଅଞ୍ଚଳରେ ରହିଛି । ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ଦିଗରେ ସରକାର ସକାରାତ୍ମକ ଅଛନ୍ତି ଓ କାମ କରାଯିବ ବୋଲି ସରକାର କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
