ଭୁବନେଶ୍ବର: ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର । ଭୁବନେଶ୍ବର ରସୁଲଗଡ଼ କୋଚିଲେଇ ହାଟରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ସେଲୁନ କର୍ମଚାରୀ ମଙ୍ଗୁ ଡାକୁଆ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS ସ୍ଥାନାନ୍ତର କରାଯାଇଛି । ବାହାରେ ଜଳୁଥିବା ନିଆଁ ହଠାତ୍ ତାଙ୍କ ଦେହରେ ଲାଗିଯାଇଥିବା ଅନୁମାନ କରାଯାଉଛି ।
ଯୁବକ ଜଣଙ୍କ ତାରିଣୀ ବସ୍ତିରେ ରୁହନ୍ତି । ଆଜି ସକାଳେ ହଠାତ୍ ତାଙ୍କ ଦେହ ପୋଡିଯାଇଥିଲା । ସେ ଦୌଡୁଥିବା ବେଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପୋଲିସ ଆସିବା ପରେ ପୋଡ଼ିଯାଇଥିବା କପଡା ମଧ୍ୟ ଜବତ କରିଛି । ଗୁରୁତର ଉଦ୍ଧାର ଯୁବକକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ସହୀଦ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଜାରି ରଖିଛି ।
