ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୪ ମୃତ, ୧୪ ଆହତ

Karnatak

କର୍ଣ୍ଣାଟକ: କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ବାତାବରଣ ସୃଷ୍ଟି କରିଛି ।

ସୂଚନାନୁଯାୟୀ, କର୍ଣ୍ଣାଟକର ହୁନସୁର ନିକଟସ୍ଥ ପେରିଆପାଟନାରେ ଏହି ଦୁର୍ଘଟଣା ଘଟିଛି । ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ୩ ଜଣ ମୃତକଙ୍କ ପରିଚୟ ଚିହ୍ନଟ ହୋଇଥିଲାବେଳେ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସୁଦ୍ଧା ମିଳିନାହିଁ । ୩ ଜଣ ମୃତକ ହେଲେ ମାଙ୍କାଭୁର ବାସିନ୍ଦା ଆଫତାବ, ସାଜୀଶ (୩୬) ଏବଂ ସୁନୀଲ । ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Share