ବୁଦା ମୂଳରୁ ନବଜାତ କନ୍ୟା ଉଦ୍ଧାର

Child

ନବରଙ୍ଗପୁର : ରାସ୍ତାକଡ଼ ବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ କନ୍ୟା ।  ନବରଙ୍ଗପୁରରୁ ଆସିଛି ହୃଦୟବିଦାରକ ଦୃଶ୍ୟ ।  ନବରଙ୍ଗପୁର ସହରର ହିର୍ଲି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖ ବୁଦା ମୂଳରୁ ଉଦ୍ଧାର ହୋଇଛି ଶିଶୁକନ୍ୟା ।  କିଛି ମହିଳା ଶିଶୁକନ୍ୟାଟିକୁ ସେଠାରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଘଟଣାର ପ୍ରକୃତ କାରଣ ଓ ଶିଶୁକନ୍ୟାଟିକୁ ସେଠାରେ କିଏ ଛାଡ଼ିଥିଲା, ତାହା ସ୍ପଷ୍ଟ ହୋଇନାହିଁ ।  ଖବର ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର ସହାୟତାରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ ।  ପରେ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ବର୍ତ୍ତମାନ ଶିଶୁକନ୍ୟାଟିର ଚିକିତ୍ସା ଜାରି ରହିଛି ।  ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶିଶୁଟିର ଯତ୍ନ ନେଉଛନ୍ତି ।

Share