ମେଢ଼ ତିଆରି ବେଳେ ବିଦ୍ୟୁତ୍ ଆଘାତ ଲାଗି ଯୁବକ ମୃତ

Dead Body Death 1024x682 3 300x200

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗାଁରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଗାପୂଜା ପାଇଁ ମେଢ଼ ତିଆରି କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ସିଦ୍ଧେଶ୍ୱର ଗାଁର ଜଗନ୍ନାଥ ବିଷୋୟୀ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ଶନିବାର ସକାଳେ ଗାଁରେ ମହାଆଡ଼ମ୍ବରରେ ଦୁର୍ଗାପୂଜା ପାଳନ କରିବାକୁ ଯୁବକମାନେ ମିଳିତ ଭାବେ ଦୁର୍ଗାମେଢ଼ ତିଆରି କରୁଥିଲେ। ଏହି ସମୟରେ ହଠାତ୍ ଜଗନ୍ନାଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ। ତୁରନ୍ତ  ଜଗନ୍ନାଥକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ଜଣାପଡ଼ିବା ପରେ ସିଦ୍ଧେଶ୍ୱର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଗକୁ ଦୁର୍ଗାପୂଜା ପାଳନ କରିବେ ନାହିଁ ତାହାକୁ ନେଇ ବିଚାର ବିମର୍ଶ ଚାଲିଛି।

Share