ଭୁବନେଶ୍ବର: ଦଶହରା ଭିଡ଼ରେ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ୍ । ପୂଜା ମଣ୍ଡପରେ ନିଆଁ ଲାଗିଲେ କିଭଳି ହେବ ମୁକାବିଲା ? ଭିଡ଼ ଭିତରୁ କିଭଳି ହେବ ଲୋକଙ୍କୁ ଉଦ୍ଧାର ? ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଛି ମକ୍ ଡ୍ରିଲ୍ । ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଭଳି ଅଘଟଣକୁ ଏଡ଼ାଇବା ସହ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି ।
ମକ୍ ଡ୍ରିଲ୍ ମାଧ୍ୟମରେ ଅଗ୍ନିକାଣ୍ଡର ମୁକାବିଲା, ଉଦ୍ଧାର କାର୍ଯ୍ୟର ଅଭ୍ୟାସ ସହ ସଚେତନ କରାଯାଉଛି । ଭିଡ଼ ଭିତରେ ନିଆଁ ଲାଗିଲେ କିଭଳି ତୁରନ୍ତ ନିଆଁକୁ ଆୟତ୍ତ କରାଯିବ, ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବ, ସେନେଇ ଦିଆଯାଉଛି ପ୍ରଶିକ୍ଷଣ । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।
