ହୀରାକୁଦ ଡ୍ୟାମ୍ ନିକଟରେ ବାଘ ପାଦଚିହ୍ନ, ଟ୍ରାପ୍ କ୍ୟାମେରା ଲଗାଇଲା ବନ ବିଭାଗ

୧୧

ସମ୍ବଲପୁର: ହୀରାକୁଦ ଓ ମାନେଶ୍ୱର ଅଞ୍ଚଳରେ ବାଘ ପାଦଚିହ୍ନକୁ ନେଇ ତନାଘନା । ଦୁଇଦିନ ପୂର୍ବେ ହୀରାକୁଦ ଡ୍ୟାମ୍ ନିକଟବର୍ତ୍ତୀ ଅଞ୍ଚଳରେ କିଛି ପାଦଚିହ୍ନ ମିଳିବା ପରେ ସମ୍ବଲପୁର ସଦର DFO ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ମିଳିଥିବା ପାଦଚିହ୍ନକୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଓ ପରୀକ୍ଷା ପାଇଁ ପଠାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ । ଜଙ୍ଗଲ ଭିତରେ ଟ୍ରାପ୍ କ୍ୟାମେରା ଲଗାଯିବା ସହ ବିଭିନ୍ନ ସ୍ଥାନରୁ ଆସୁଥିବା ସୂଚନା ଆଧାରରେ ବନ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଅନ୍ୟପଟେ ଚାନ୍ଦିଲି ଡୁଙ୍ଗୁରୀ ଆଖପାଖି ଅଞ୍ଚଳର ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ଚାଷ ଜମି କିମ୍ବା ବିଲରେ କାମ କରିବା ସମୟରେ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏବଂ ସନ୍ଧ୍ୟା ଓ ରାତି ସମୟରେ ଅନାବଶ୍ୟକ ଭାବେ ଘରୁ ନବାହାରିବା ପାଇଁ କୁହାଯାଇଛି । ତେବେ ରୟାଲ ବେଙ୍ଗଲ ଟାଇଗର ନା ଅନ୍ୟ କୌଣସି ବନ୍ୟଜନ୍ତୁ ରହିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଉକ୍ତ ଅଞ୍ଚଳରେ ଦୁଇଟି ଟିମ୍ ମୁତୟନ କରାଯାଇ ରାତି ଓ ଭୋର ସମୟରେ ପେଟ୍ରୋଲିଂ କରାଯାଉଛି ଏବଂ ଅଧିକ କ୍ୟାମେରା ଟ୍ରାପ୍ ଲଗାଯାଇଛି ।

Share