ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କ, ଠିକ୍ ସମୟରେ ଆସୁନି ସିଲିଣ୍ଡର

ଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର। ଏଲପିଜି ସିଲିଣ୍ଡର ପାଇଁ ଏଜେନସୀ ଆଗରେ ଲମ୍ବା ଲାଇନ। ସ୍ଥିତି ଏମିତି ହେଇଛି ଯେ, ୨୦-୨୫ ଦିନ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ ।  ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା, ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା

ଭୁବନେଶ୍ବର: ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା…

ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ଦରମା ୨୫% ହ୍ରାସ

ନୂଆଦିଲ୍ଲୀ: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ ବିପର୍ଯ୍ୟୟ ପାଲଟିଛି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ…

କୋଭିଡ ୧୯ ଭ୍ୟାକସିନ ଯୋଗୁଁ ମୃତ୍ୟୁ ହୋଇଥିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଭ୍ୟାକସିନ ଯୋଗୁଁ ହୋଇଥିବା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା କ୍ଷତି ପାଇଁ କ୍ଷତିପୂରଣ ନୀତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଭ୍ୟାକସିନ୍ର କୁପ୍ରଭାବ ସମସ୍ତଙ୍କ ଉପରେ ପଡିଛି । ତେଣୁ ଏହାର ସଂଖ୍ୟା…

ଚୀନ୍‌ରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ମଙ୍ଗଳବାର ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଛି। ଏନସିଏସ ଅନୁଯାୟୀ, ଭୂମିକମ୍ପ ୧୬୫ କିଲୋମିଟର ଗଭୀରତାରେ ହୋଇଥିଲା। ପୂର୍ବରୁ ମଧ୍ୟ…

ଜର୍ମାନୀର ବିଶିଷ୍ଟ ଐତିହାସିକ ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ

ନୂଆଦିଲ୍ଲୀ: ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ । ଓଡ଼ିଶା ଇତିହାସର ଅନନ୍ୟ ଗବେଷକ ପ୍ରଫେସର ହର୍ମାନ କୁଲକେଙ୍କ ପରଲୋକ । ଜର୍ମାନୀର ବିଶିଷ୍ଟ ଇତିହାସକାର ତଥା ଓଡ଼ିଶା ସଂସ୍କୃତିର ଜଣେ ବଡ଼ ପ୍ରେମୀ ପ୍ରଫେସର ହର୍ମାନ କୁଲକେଙ୍କର ଦେହାନ୍ତ ହୋଇଛି । ଓଡ଼ିଶାର…

ଇସ୍ରାଏଲ ଉପରେ ହୋଇଥାନ୍ତା ପରମାଣୁ ଆକ୍ରମଣ, ଖୁଲାସା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଇସ୍ରାଏଲରେ ହୋଇଥାନ୍ତା ପରମାଣୁ ଆକ୍ରମଣ । ବଡ଼ ଖୁଲାସା କରିଛନ୍ତି ଟ୍ରମ୍ପ ।  ଆମେରିକା ଓ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ହେବାକୁ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଆମେ ଆଗୁଆ ପଦକ୍ଷେପ ନେଇନଥିଲେ ସେମାନେ ଆମ ଉପରେ ଆକ୍ରମଣ…

ତୈଳ ଯୋଗାଣ ବନ୍ଦ କଲେ ଦିଆଯିବ କଡ଼ା ଜବାବ: ଟ୍ରମ୍ପ

ନୂଆଦିଲ୍ଲୀ: ଇରାନ ଯଦି ତୈଳ ଯୋଗାଣ ବନ୍ଦ କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ । ଇରାନର ଆକ୍ରମଣ ଯୋଗୁଁ ତୈଳ ଯୋଗାଣ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୁଁ ଏକ ଆତଙ୍କବାଦୀ ଶାସନକୁ ବିଶ୍ୱକୁ ବନ୍ଧକ…

ଗ୍ୟାସ ସଙ୍କଟ ଆଶଙ୍କା: ଏସମା ଲାଗୁ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ ଏସମା ଲାଗୁ ।  ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ ଭବିଷ୍ୟତରେ ରୋଷେଇ ଗ୍ୟାସର ଅଭାବ ଉତ୍କଟ ହେବା ଆଶଙ୍କା ରହିଛି ।  ଏହାକୁ ଦୃଷ୍ଟିରେ…