Capture 87 675x430

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ୪ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। କାର୍ଯ୍ୟକାଳ ଶେଷ ପରେ ବାଇଡେନ ହ୍ବାଇଟ୍ ହାଉସରେ ଦେଇଥିବା  ବିଦାୟକାଳୀନ ଭାଷଣରେ କହିଛନ୍ତି ଯେ ତାଙ୍କ ପ୍ରଶାସନର ସୁଫଳ ଆଗାମୀ ଦିନରେ ଆମେରିକାବାସୀ ଦେଖିବାକୁ ପାଇବେ। ସୁଶାସନର ଯେଉଁ ମଞ୍ଜି ତାଙ୍କ ସରକାର ବିପଣନ କରିଯାଇଛନ୍ତି ତାହା ବିକଶିତ ହୋଇ ଆଗାମୀ ଦଶନ୍ଧି ଧରି ପ୍ରସ୍ଫୁଟିତ ହେବ। ଏହା ସହିତ ସେ ଆରମ୍ଭ କରିଥିବା ପରମ୍ପରାକୁ ତାଙ୍କ ଉତ୍ତରାଧିକାରୀ ବଜାୟ ରଖିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକାଳ ଶେଷ ଦିନରେ ବାଇଡେନ ଆମେରିକାବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଅତି ଧନୀଙ୍କ ପାଖରେ କ୍ଷମତା ରହିବା ଆମେରିକା ପାଇଁ ବିପଦ ହୋଇପାରେ। ଆମେରିକାରେ ରାଷ୍ଟ୍ରପତି ଭାବେ ବାଇଡେନ ଦେଶବାସୀଙ୍କ ନିକଟରେ ଅନ୍ୟମାନଙ୍କ ଭଳି ଲୋକପ୍ରିୟ ହୋଇପାରି ନଥିଲେ।

 

Share