South Koreas President Yoon Suk

ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ଦକ୍ଷିଣ କୋରିଆର ରକ୍ଷଣଶୀଳ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ ରଦ୍ଦ କରିବାର ଦିନକ ପରେ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଡିସେମ୍ବର ୩ରେ ଦେଶକୁ ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ଦେଇଥିବା ଦର୍ଶାଇ ମାର୍ଶାଲ ଲ’ ଆଦେଶ ପାଇଁ ଶ୍ରୀ ୟୁନଙ୍କୁ ଜାନୁଆରୀରେ ପ୍ରସିକ୍ୟୁଟରମାନେ ଗିରଫ କରି ଦୋଷୀ ସାବ୍ୟସ୍ତ କରିଥିଲେ। ଉଦାରବାଦୀ, ବିରୋଧୀ ନିୟନ୍ତ୍ରିତ ନ୍ୟାସନାଲ ଆସେମ୍ବ୍ଲି ପୃଥକ ଭାବେ ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଭୋଟ୍ ଦେଇଥିଲା, ଯାହା ଫଳରେ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା।

Share