Screenshot 2025 09 15 104608 750x430

ରାୟଗଡ଼ା: ହଠାତ୍ ରାସ୍ତା କଡକୁ ଖସି ପଡ଼ିଲା ଘରୋଇ ବସ୍। ରାୟଗଡ଼ା ଗୁମା ଘାଟି ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା। ଗୋଲଡେନ୍ ରକ୍ ନାମକ ଘରୋଇ ବସ୍ ଗୁଣୁପୁର ଠାରୁ ଜୟପୁର ଯାଉଥିଲା। ଜାତୀୟ ରାଜପଥରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋଟିଏ ଚକା ଗାତରେ ପଡିଯିବାରୁ ବସ୍‌ଟି ଭାରସାମ୍ୟ ହରାଇଥିଲା। ନିୟନ୍ତ୍ରଣ ହରାଇ ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା। ଏହି ଦୁର୍ଘଟଣାରେ ୮ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ଏସମ୍ପର୍କରେ ଖବର ପାଇ କୁମ୍ବିକୋଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଜାତୀୟ ରାଜପଥ ୩୨୬ର ଦୁରାବସ୍ଥା ଯୋଗୁଁ ପ୍ରତିଦିନ ଏଭଳି ଦୁର୍ଘଟଣା ଘଟୁଛି।ଏନେଇ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।​​​​​​​​​​​​​​

Share