ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାମଗ୍ରୀରେ ନୂଆ ଏମଆରପି ପ୍ରଦର୍ଶନ କରିବାକୁ ହେବ । ସମସ୍ତ ମୂଲ୍ୟ ସ୍ଲାବରେ ଜିଏସଟି ହ୍ରାସ ହୋଇଛି, ଅନେକ ସାମଗ୍ରୀରେ ସମ୍ପୂର୍ଣ୍ଣ ଛାଡ଼ ହୋଇଛି । ଆମ ବିଭାଗ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଛି, ଲାଭଗୁଡ଼ିକ ଗ୍ରାହକଙ୍କ ପାଖ଼େ ତୁରନ୍ତ ପହଞ୍ଚିବା ଉଚିତ ।
ତେବେ ୨୦୨୫ର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାକ୍ ହୋଇଥିବା ଆବଶ୍ୟକ ସାମଗ୍ରୀ ପୁରୁଣା ଲେବୁଲ୍ ରଖିପାରିବ, କିନ୍ତୁ ନୂଆ ଦର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

