ଭୁବନେଶ୍ୱର: ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଉଭୟ ବିରୋଧୀ ଓ ଶାସକଙ୍କ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି।

