ଭୁବନେଶ୍ୱର: ରାସ୍ତାରେ ରିଲ୍ସ ବା ଭିଡିଓ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି।

