ଭୁବନେଶ୍ୱର : ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି । ୧୫ ଦିନରେ ନୂଆ ନିୟମ! ଶ୍ରମିକ ଓ ସାମଗ୍ରୀ ପାଇଁ ରହିବ ସମାନ ଦର । ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ନନ୍ଦନକାନନ ପାଇଁ ନୂଆ ରାସ୍ତା। ୩୧ ମାର୍ଚ୍ଚ ପୂର୍ବରୁ ସରିବ ସବୁ କାମ । ଖୁବଶୀଘ୍ର କ୍ଲିୟର ହେବ ବାକି ବିଲ୍ । ବୈଠକର ମୁଖ୍ୟ ନିଷ୍ପତ୍ତି ଗୁଡ଼ିକ ହେଲା ସମାନ ଦର ଲାଗୁ, ଆସନ୍ତା ୧୫ ଦିନ ମଧ୍ୟରେ ସଂଶୋଧିତ ଦର ତାଲିକା ମଞ୍ଜୁର ହେବ ।
ଏହାଦ୍ୱାରା ନିର୍ମାଣ ସାମଗ୍ରୀ, ଶ୍ରମିକ ମଜୁରୀ ଏବଂ ଯନ୍ତ୍ରପାତି ପାଇଁ ସବୁଆଡ଼େ ସମାନ ଦର ରହିବ । ଟେଣ୍ଡର ପ୍ରକ୍ରିୟାରେ ସଂସ୍କାର, ଟେଣ୍ଡର ପ୍ରକ୍ରିୟାରେ ବଡ଼ ଧରଣର ପ୍ରଶାସନିକ ସଂସ୍କାର ଅଣାଯିବ। ପ୍ରତିଟି ସ୍ତରରେ ଟେଣ୍ଡର ମଞ୍ଜୁର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବ । ଟ୍ରାଫିକ ସମସ୍ୟାର ସମାଧାନ, ଭୁବନେଶ୍ୱରର ଟ୍ରାଫିକ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି ।
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା କାମକୁ ପ୍ରାଥମିକତା ଭିତ୍ତିରେ ଶେଷ କରାଯିବ। ଓଡ଼ିଶା ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରାସ୍ତା ନିର୍ମାଣ ଓ ଗବେଷଣା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠାନ ‘Odisha Road Research Institute’ ସ୍ଥାପନ କରାଯିବ। ଖର୍ଚ୍ଚ ଲକ୍ଷ୍ୟ ଓ ବାକି ବିଲ୍, ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ବିଭାଗୀୟ ଖର୍ଚ୍ଚର ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଭିନ୍ନ ଡିଭିଜନର ବାକି ରହିଥିବା ବିଲ୍ ଗୁଡ଼ିକୁ ତୁରନ୍ତ ପଇଠ କରାଯିବ।

