Lpg gas

ଉତ୍ତରପ୍ରଦେଶ : ଦେଶର ବିଭିନ୍ନ ଭାଗରେ ଏଲପିଜି ସିଲିଣ୍ଡର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାର କହୁଛନ୍ତି ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି । ଏପରିକି ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି । ଆଉ ଏହାରି ଭିତରେ ଜଣେ ବ୍ୟକ୍ତିଙ୍କ ଘରୁ ୫୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।

ଖବର ମୁତାବକ, ଉତ୍ତର ପ୍ରଦେଶର ହାପୁରରେ ପ୍ରଶାସନ ସିଲିଣ୍ଡର କଳାବଜାରୀ ରୋକିବାକୁ ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ଚଢଉ କରୁଛି । ଚଢାଉ ବେଳେ ଅବଦୁଲ ରେହାନ ନାମକ ଜଣେ ସ୍ଥାନୀୟ ନେତାଙ୍କ ଘରୁ ୫୫ଟି ଭର୍ତ୍ତି ଥିବା ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ଉତ୍ତରପ୍ରଦେଶ, ବିହାର, ଓଡିଶା ଏବଂ ତାମିଲନାଡୁରେ ଲଗାତାର ଚଢାଉ ଜାରି ରହିଛି ।

ପ୍ରଶାସନର କହିବାନୁସାରେ, କିଛି ଦିନ ଧରି ଗ୍ୟାସ୍ କଳାବଜାରୀ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ଲୋକେ ଗ୍ୟାସ୍ ପାଉନଥିଲେ । କିଛି ବ୍ୟକ୍ତି ଏହାର ଫାଇଦା ନେଇ ଘରେ ଗ୍ୟାସ୍ ଲୁଚାଇ ରଖୁଛନ୍ତି । ଏହାକୁ ସେମାନେ ତଢା ଦରରେ ବିକ୍ରି କରୁଛନ୍ତି । ରେଡ୍ ପରେ ଘରୁ ଗୋଟିଏକୁ ଦୁଇଟି ନୁହେଁ ବରଂ ୫୫ଟି ସିଲିଣ୍ଡର ବାହାରିଥିଲା । ସମସ୍ତ ସିଲିଣ୍ଡରକୁ ଜବତ କରାଯାଇଛି ।

ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସିଲିଣ୍ଡର ନେଟଓ୍ୱର୍କର ତଦନ୍ତ ଆରମ୍ଭ ହୋଇଛି । କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି । କେଉଁ ଗ୍ୟାସ୍ ଏଜେନ୍ସି ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ୍ ନିଆଯିବ ବୋଲି ଅଧିକାରୀ କହିଛନ୍ତି ।

Share