Kandhara depo

ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି । ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପାକିସ୍ତାନ ଦ୍ବାରା କରାଯାଇଥିବା ଏୟାରଷ୍ଟ୍ରାଇକ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ ପାକିସ୍ତାନର ପ୍ରମୁଖ ସହର ଉପରେ ଆକ୍ରମଣ ହେବା ନେଇ ଧମକ ଦେଇଛନ୍ତି । ଆଫଗାନିସ୍ତାନରେ ତାଲିବାନର ପ୍ରବକ୍ତ ଜବିହୁଲ୍ଲା ମୁଜାହିଦ କହିଛନ୍ତି, ପାକିସ୍ତାନ ଏୟାରଫୋର୍ସ କନ୍ଧାର ଏୟାରପୋର୍ଟ ନିକଟରେ ଥିବା ପ୍ରାଇଭେଟ ଏୟାରଲାଇନ୍ସର ଇନ୍ଧନ ଡିପୋ ଉପରେ ଆଟାକ କରିଛି । ଯାହା ଘରୋଇ ଏୟାରଲାଇନ୍ସ ସହିତ ସଂଯୁକ୍ତ ରାଷ୍ଟ୍ରର ବିମାନକୁ ଇନ୍ଧନ ଯୋଗାଇଥାଏ ।

ରମଜାନର ପବିତ୍ର ମାସର ଶେଷ ଦିନରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ଆଫଗାନିସ୍ତାନ ଦାବି କରିଛି କି, ପାକିସ୍ତାନ ପୁଣି ଆଫଗାନ, କାବୁଲ, କାନ୍ଦାହାର, ପାକଟିଆ ସମେତ ଦେଶର ଅନେକ ସ୍ଥାନରେ ପ୍ରବଳ ଏୟାରଷ୍ଟ୍ରାଇକ କରିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଇରାନ-ଇସ୍ରାଏଲ ବିବାଦ ଯୋଗୁଁ ସାରା ବିଶ୍ବରେ ତୈଳ ସଙ୍କଟ ଦେଖାଯାଇଥିବାବେଳେ ପାକିସ୍ତାନ ଏହି ଆକ୍ରମଣ କରିଛି । ଆଫଗାନିସ୍ତାନର ତାଲିବାନ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ଆବାସିକ ଅଞ୍ଚଳକୁ ଟାର୍ଗେଟ କରୁଛି । ଏଥିରେ ଘର ନଷ୍ଟ ହେବା ସହିତ ମହିଳା ଓ ଶିଶୁଙ୍କ ସମେତ ଅନେକଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନ କେତେକ ନିର୍ଜନ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଛି ।

Share