Iran chief

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ବଡ଼ ଝଟକା ।  ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ ମୋଜତାବା ଖାମେନେଇ ।  ଏକ ଏୟାର ଷ୍ଟ୍ରାଇକରେ ମୋଜତାବା ଖାମେନେଇ ଗୋଡ଼ ହରାଇ କୋମାରେ ପୀଡ଼ିତ ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ ମିଳିଛି ଏହି ସୂଚନା ।  ପିତା ଆୟୋତ୍ତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନୂଆ ସୁପ୍ରିମ ଲିଡର ହୋଇଥିବା ମୋଜତାବାଙ୍କ କୋମା ସ୍ଥିତି ନେଇ ବିଗିଡ଼ିଛି ଇରାନର ପ୍ରତିରକ୍ଷା ବ୍ୟବସ୍ଥା ।

ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ବେଳେ ମୋଜତାବା ଆହତ ହୋଇଥିବା ସୂଚନା ମିଳିଛି ।  ମୋଜତାବା କୋମାରେ ପୀଡ଼ିତ ହେବା ପରେ ବର୍ତ୍ତମାନ ଇରାନ ସେନାକୁ କିଏ ପରିଚାଳନା କରିବ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।  ତେବେ ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ମୋଜତାବାଙ୍କୁ କଡ଼ା ସୁରକ୍ଷା ବଳୟରେ ରଖିଥିଲା ଇରାନ ପ୍ରତିରକ୍ଷା ବିଭାଗ ।  IRGC ସମେତ ଇରାନର ଖୁଖାର୍ ପୋଲିସ ବାହିନୀ ସୁରକ୍ଷା ବଳୟରେ ରହିଥିଲେ ମୋଜତାବା ।  ଏତେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ମୋଜତାବା କିପରି ଆକ୍ରମଣର ଶିକାର ହେଲେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Share