ଦେବଗଡ଼: ଟ୍ରିପଲ ମର୍ଡରର ଅଭିଯୁକ୍ତ ମୃତ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇଛି । ଗତକାଲି ଗାଁ ପାଣି ଟାଙ୍କି ଉପରେ ଚଢି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଉଦ୍ଧାର ପରେ ତାଙ୍କୁ ପ୍ରଥମେ କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଥିଲା । ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରିଥିଲେ । ପରେ ପୋଲିସ ପହଂଚି ରମେଶକୁ ଉଦ୍ଧାର କରିଥିଲା । ଗତ ୧୧ ତାରିଖ ରାତିରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।
ଗତକାଲି ସୂଚାନୁଯାୟୀ, କୁଣ୍ଢେଇଗୋଳା ଥାନାଞ୍ଚଳ ଗରିଆପାଲି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ରମେଶ ଗରିଆ ଠାବ । ଗାଁ ନିକଟସ୍ଥ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଠାବ ଠାବକଲେ ଗ୍ରାମବାସୀ । ତାକୁ ଚାରିପଟୁ ଘେରିଛନ୍ତି ଲୋକ । ଗାଁଲୋକଙ୍କୁ ମାରିଦେବାକୁ ଧମକ ଦେଉଛି ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳାରେ ଗତ ବୁଧବାର ଦିନ ଟ୍ରିପଲ ମର୍ଡର ହୋଇଥିଲା । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।

