Fire 2

ବେଗୁନିଆ: ଜଳିଗଲେ ବାପା–ପୁଅ । ଦୋକାନ ଭିତରେ ଶୋଇଥିବାବେଳେ ଲାଗିଲା ନିଆଁ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସାନପଦର ଗାଁରେ ଅଘଟଣ ଘଟିଛି। ସାନପଦର ବଜାରରେ ବାପା–ପୁଅ ଚା ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ । ଉଭୟ ଦୋକାନ ଭିତରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି କିଛିଦିନ ପୂର୍ବରୁ, ଜଳିଗଲା ୮ ବଖରା ଘର । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ବଳ ସାହିରେ ଅଗ୍ନିକାଣ୍ଡ । ୪ଜଣଙ୍କର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘରର ସମସ୍ତ ଆସବାବ ପତ୍ର ଓ ଗୋଟିଏ ଗାଡ଼ି ପୋଡି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଭଦ୍ରକରୁ ୨ଟି ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ବିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଲୋକେ ।

Share