ସୋର: ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ସ୍ତ୍ରୀର ମୃତଦେହ ଉଦ୍ଧାର । ଘର ପଛପଟୁ ସ୍ବାମୀର ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ଥାନା ମହାରୂଦ୍ରପୁରରେ ଅଭାବନୀୟ ଘଟଣା । ପାରିବାରିକ କଲହରୁ ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ପରେଶ ମାଝୀ ଏବଂ ରଶ୍ମି ରେଖା ପରିଡା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଟ୍ରିପଲ ମର୍ଡରର ଅଭିଯୁକ୍ତ ମୃତ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇଛି । ଗତକାଲି ଗାଁ ପାଣି ଟାଙ୍କି ଉପରେ ଚଢି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଉଦ୍ଧାର ପରେ ତାଙ୍କୁ ପ୍ରଥମେ କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଥିଲା । ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରିଥିଲେ । ପରେ ପୋଲିସ ପହଂଚି ରମେଶକୁ ଉଦ୍ଧାର କରିଥିଲା । ଗତ ୧୧ ତାରିଖ ରାତିରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।

