9000 696x344

ରାଜନଗର: କେନ୍ଦ୍ର ବିଜ୍ଞାନ ଓ ଉଦ୍ୟଗ ବିଭାଗ ମିଳିତ ଆନୁକୂଲ୍ୟରେ ସମଗ୍ର ଦେଶରେ ୫ ଟି ଗାଁ କୁ ସ୍ମାର୍ଟ ଭିଲେଜ ଭାବରେ ରୂପାନ୍ତରିତ କରାଯିବ । ଦେଶର ୫ ଟି ଘୋଷିତ ଗାଁ ମଧ୍ୟରୁ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଚାନ୍ଦୀବାଉଁଶମୂଳ ପଞ୍ଚାୟତ କୁସୁନପୁର ଗାଁ ରହିଛି । ସ୍ମାର୍ଟ ଭିଲେଜ ଭାବରେ ଏହାର ଉଦଘାଟନ ଉତ୍ସବ ଆଜି ପାଳିତ ହୋଇଯାଇଛି । ସି.ଏସ.ଆଇ.ଆର ର ମୁଖ୍ୟ ବୈଜ୍ଞାନିକ ଡି.ପି କାନୁନଗୋ ଙ୍କ ସଂଯୋଜନାରେ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ସିଏସଆଇଆର ଓ ସିବିଆରଆଇ ର ନିର୍ଦେଶକ ଆର ପ୍ରଦୀପ କୁମାର, ଆଇଏମଏମପି ର ନିର୍ଦେଶକ ଡ଼କ୍ଟର ରାମାନୁର୍ଜ ନାରାୟଣ, ବାଲ ଭାରତର ମୁଖ୍ୟ ଶାନ୍ତନୁ ଚକ୍ରବର୍ତ୍ତୀ, କୁସୁନପୁର ଗାଁ ର ମୁରବି ବିଷ୍ଣୁ ଚରଣ ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ବେହେରା, ପଞ୍ଚାୟତ ସମିତି ଅଧକ୍ଷା ପ୍ରତିଭା ପାତ୍ର ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।

ନୂତନ ଜ୍ଞାନ କୌଶଳ ମାଧ୍ୟମରେ ରାସ୍ତା, ବିଦ୍ୟାଳୟ, ଅଙ୍ଗନବାଡି ନିର୍ମାଣ କରାଯିବ । ଯେଉଁ ଶିଶୁ ଓ ମା ମାନେ ପୁଷ୍ଟିକର ଖାଦ୍ୟ ଖାଇପାରୁନାହାନ୍ତି ସେମାନଙ୍କର ସର୍ଭେ କରାଯାଇ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ନୂତନ ଜ୍ଞାନ କୌଶଳରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ।ସିଏସଆଇଆର ପକ୍ଷରୁ ପ୍ରତ୍ୟେକ ପରିବାରକୁ ପାଣି ଫିଲଟର ଯୋଗାଇ ଦିଆଯିବ। ଜୈବିକ ଖତ ଉପଯୋଗକରି ଧାନ ଓ ପନିପରିବା ଚାଷ କରାଯିବ। ବର୍ଷା ଜଳ ସରଂକ୍ଷଣ ଓ ନଦୀ ଜଳକୁ ପରିଚାଳନା କରି କୃଷି କ୍ଷେତ୍ରରେ ଥିବା ପାଣି ସମସ୍ୟାର ସମାଧାନ କରାଯିବ। ପ୍ଲାଷ୍ଟିକ ମୁକ୍ତ କରାଯିବ। ଗ୍ୟାସ ର ଅଭାବୀ ଦୂରୀକରଣ ପାଇଁ କାମ କାଠ ର ବ୍ୟବହାର ଓ ଧୂଆଁ ବିହୀନ ଚୁଲା ଯୋଗାଇ ଦିଆଯିବ । ଜିଲ୍ଲାପାଳ ପ୍ରତି ୨ ମାସରେ ଥରେ ସ୍ମାର୍ଟ ଭିଲେଜ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ରଘୁନାଥ ଆର ଆୟାର କହିଛନ୍ତି ।

ଏହି ଅବସରରେ ସିଏସଆଇଆର୍‌ ପକ୍ଷରୁ ସମସ୍ତ ଅତିଥି ଏବଂ ଗାଁ ର ପ୍ରାକ୍ତନ ଶିକ୍ଷକ ଅର୍ଜୁନ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ପରିଡା ଓ ପକୃତି ବନ୍ଧୁ ନରହରି ରାଉତଙ୍କୁ ଅଙ୍ଗ ବସ୍ତ୍ର ଓ ସ୍ମାର୍ଟ ଭିଲେଜର ଲୋଗୋ ଦିଆଯାଇ ସମ୍ମାନିତ କରାଯାଇଥିଲା । ଗାଁ ର ୨୫ ଜଣ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଇଥିଲା ।

Share