Cm

କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।  କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେ ନେଇ ଏହି ଟିମ୍ ତଦନ୍ତ କରିବ। ଅଗ୍ନିଶମ ଆଇଜି, ଇଆଇସି, ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ଇଆଇସି -ଚିଫ୍ ଇଞ୍ଜିନିୟର ବିଲ୍ଡିଂ, ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରମୁଖ ଏହି ଟିମ୍ ରେ ସାମିଲ ହୋଇଛନ୍ତି। କମିଟି ଏସସିବି ମେଡିକାଲ ପରିଦର୍ଶନ କରି ସଂଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବ।

Share