ଶିକ୍ଷା ଓ ବୃତ୍ତି: ଧୀରଜ ନିଜର ଉଚ୍ଚଶିକ୍ଷା ଶେଷ କରିବା ପରେ ମୁମ୍ବାଇସ୍ଥିତ ମେରିଟାଇମ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ନୌ-ବିଜ୍ଞାନରେ (Nautical Science) ଡିଗ୍ରୀ ହାସଲ କରିଥିଲେ। ୨୦୧୭ ମସିହାରୁ ବିଭିନ୍ନ ନୌବାହନ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ପରେ ସେ ବର୍ତ୍ତମାନ ‘ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ’ରେ କାର୍ଯ୍ୟରତ ଅଛନ୍ତି। ରାଷ୍ଟ୍ରୀୟ ସଙ୍କଟ ସମୟରେ ତାଙ୍କର ଏହି ନିଷ୍ଠା ଓ ସାହସ ଯୋଗୁଁ ଆଜି କେବଳ ବଲାଙ୍ଗିର ନୁହେଁ, ସମଗ୍ର ଦେଶ ଗର୍ବିତ।
ବିଶ୍ବର ୩୦ ପ୍ରତିଶତ ତୈଳ ହର୍ମୁଜ ପ୍ରଣାଳୀ ଦେଇ କାରବାର ହୋଇଥାଏ। ଇରାନ ଏହି ପ୍ରଣାଳୀକୁ ଅବରୋଧ କରିଥିବାରୁ ବିଶ୍ବରେ ତୈଳ ଓ ଗ୍ୟାସ ସଙ୍କଟ ଉତ୍କଟ ହେବାରେ ଲାଗିଛି। କେତେକ ଜାହାଜ ରିସ୍କ୍ ନେଇ ଉକ୍ତ ପ୍ରଣାଳୀ ଅତିକ୍ରମ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ସ ଖଞ୍ଜାଯାଇଛି। ଅବଶ୍ୟ ଏ ପର୍ଯ୍ୟନ୍ତ କୌଣସି ଜାହାଜ ଏଭଳି ମାଇନ୍ସ ଯୋଗୁଁ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି।

