Ramlila

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ପୁଣିଥରେ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିବ।  ଆଜି ଏଠାରେ ଅନୁଷ୍ଠିତ ହେବାକୁ ଥିବା ‘କିଷାନ ପଞ୍ଚାୟତ’ ପାଇଁ ଦେଶବ୍ୟାପୀ ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହେବାର ଆଶା କରାଯାଉଛି। ଏହି ବିଶାଳ ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରାଫିକ୍ କଟକଣାକୁ କଡାକଡି କରାଯାଇଛି।  ରାମଲୀଲା ମୈଦାନ ପାଖରେ ସକାଳ ୬ଟାରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।  ଯାହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ, ଜେଏଲଏନ୍ ମାର୍ଗ, ଆସଫ ଅଲି ରୋଡ୍, ଚମନ ଲାଲ ମାର୍ଗ ଏବଂ ଆଜମେରି ଗେଟ୍ ଭଳି ପ୍ରମୁଖ ଅଞ୍ଚଳରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରାଫିକ୍ ଜାମ୍ ହୋଇପାରେ। ତେଣୁ ଟ୍ରାଫିକ୍ କଟକଣାକୁ ବେଶୀ ଗୁରୁତ୍ଵ ଦିଆଯାଇଛି।

Share