ଭୁବନେଶ୍ଵର:ଏଆଇ ଶିକ୍ଷାକୁ ମିଳିବ ପ୍ରାଧାନ୍ୟ ।ଏନେଇ ଉଚ୍ଚ ଶିକ୍ଷା ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି କଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା। ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଏଆଇ ଫର ଅଲ ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଆଇ ଏଣ୍ତ ରବୋଟିକ ସେଣ୍ଟର ଅଫ୍ ଏକ୍ସଲେସନ ଖୋଲାଯାଇଛି। ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ ସେମିଷ୍ଟାରରେ ଏଆଇ ପାଠ୍ୟକ୍ରମ ପଢା ଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି।
ସେହିପରି ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ୪୬୧ ଆସୋସିଏଟ୍ ଓ ୨୬୪ ପ୍ରଫେସର ପଦ ପୂରଣ ହୋଇନି। ଅଣଶିକ୍ଷକ ନିଯୁକ୍ତି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି।

