Iran v

ନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । ଟ୍ରମ୍ପଙ୍କ ଚେତାବନୀ: “ହର୍ମୁଜ୍ ଜଳପଥ ଖୋଲ ନହେଲେ ପରିଣାମ ଭୋଗ ।” ଆଜି ସକାଳୁ ଇରାନର ରାଜଧାନୀ ତେହେରାନ ଏକ ଭୟଙ୍କର ସ୍ଥିତିର ସାମ୍ନା କରିଛି । ଆମେରିକାର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଯୋଗୁଁ ସହରର ପ୍ରମୁଖ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଯାଇଛି । ଯାହାଫଳରେ ସାରା ସହର ଅନ୍ଧାରରେ ବୁଡ଼ି ରହିଛି।  କାଲି ରାତିରୁ ଆଜି ସକାଳ ଯାଏଁ ତେହେରାନର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଆମେରିକା ମୁଖ୍ୟତଃ ଇରାନର ଶକ୍ତି ଭିତ୍ତିଭୂମି କୁ ଟାର୍ଗେଟ୍ କରିଛି ।

Share