ନୂଆଦିଲ୍ଲୀ: ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ । ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ । ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଇରାନକୁ ମିଳିଛି ୫ ଦିନର ସମୟ । ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ଆମେରିକା ।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ ଦିନରେ ଇରାନ ଓ ଆମେରିକା ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ରଂପ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଆମ ଶତ୍ରୁଙ୍କ ସହ ଆଲୋଚନା ଏକପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଏହା ପୂର୍ବରୁ ଷ୍ଟ୍ରେଟ ଅଫ ହର୍ମୁଜକୁ ଜାହାଜ ଚଳାଚଳ ପାଇଁ ଖୋଲା ରଖିବାକୁ ଇରାନକୁ ୪୮ ଘଣ୍ଟାର ମହଲତ ଦେଇଥିଲା ଆମେରିକା ।
୪୮ ଘଣ୍ଟା ମଧ୍ୟରେ ହର୍ମୁଜକୁ ମୁକ୍ତ ନକଲେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଥିଲା ଆମେରିକା । ଏହାରି ମଧ୍ୟରେ ଏଭଳି ଖବର ସାରା ବିଶ୍ବ ପାଇଁ ଆଶ୍ବସ୍ତିକର ପାଲଟିଛି । ଗତ ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଘମାଘୋଟ ଯୁଦ୍ଧ ଉପରେ ଏବେ ରୋକ୍ ଲାଗିଛି ।

