Joka c

ରାୟଗଡା : ପେଟରେ ଜୋକ, ଯୁବକ ଗୁରୁତର । ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଜୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ ଶ୍ୟାମ ହୁଈକାଙ୍କୁ କେସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶ୍ୟାମ ହୁଈକା ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଜାଳଣୀ କାଠ ପାଇଁ ଯାଇଥିଲେ । ଜଙ୍ଗଲରେ ଶୋଷ ଲାଗିବାରୁ ଝରଣା ପାଣି ପିଇବା ବେଳେ ଅସାବଧାନତା ବଶତଃ ଜୋକ ଢୋକି ଦେଇଥିଲେ । କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଆଗକୁ ତାଙ୍କ ସହ କଣ ହେବ ତା ଚିକିତ୍ସା ପରେ ଜଣାପଡିବ ।

Share