ଭୁବନେଶ୍ବର: ମିଠା ବଦଳରେ ଖଣ୍ଡା ଚୋଟ । ମିଠା ଖାଇବା ପାଇଁ ଚାମଚ ନ ଦେବାରୁ ଦୋକାନୀକୁ ଖଣ୍ଟା ଚୋଟ । ୩ ଖଣ୍ଡା ସହ ଧରାପଡ଼ିଲା ଅଭିଯୁକ୍ତ । ଭୁବନେଶ୍ବର ସାମନ୍ତରାପୁର ଛକରେ ମିଠା ଦୋକାନୀକୁ ଖଣ୍ଡାରେ ଆକ୍ରମଣ । ଘଟଣାରେ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଗେଣ୍ଡୁଆ ଗିରଫ । ମିଠା ଦୋକାନୀ ଦିଲୁ ବେହେରାକୁ ଆକ୍ରମଣ ଘଟଣାରେ ମହେଶ୍ବର ସାହୁ ଓରଫ ଗେଣ୍ଡୁଆକୁ ଗିରଫ କରିଛି ପୋଲିସ ।
ଗତ ପାଞ୍ଚ ତାରିଖରେ ଲିଙ୍ଗରାଜ ଥାନା ସାମନ୍ତରାପୁର ଛକରେ ଆତଙ୍କ ଖେଳାଇ ଥିଲା ଗେଣ୍ଡୁଆ ଓ ତାର ଦୁଇ ସହଯୋଗୀ । ଦିଲୁ ମିଠା ଦୋକାନରଋ ମିଠା ଖାଇବା ପାଇଁ କିଣିବା ବେଳେ ଚାମଚ ମାଗିଥିଲା । ବଦଳରେ ପ୍ଲାଷ୍ଟିକ ଚାମଚ ଦେବାକୁ ମନା କରିବାରୁ ରାଗରେ ଖଣ୍ଡାରେ ଆକ୍ରମଣ କରିଥିଲା । ତିନି ସହଯୋଗୀ ମିଶି ଦିଲୁ ବେହେରାକୁ ଆକ୍ରମଣ କରିଥିଲେ । ଶେଷର ପୋଲିସ ତାକୁ କାବୁ କରିଛି । ଗେଣ୍ଡୁଆ ନାଁ ପୁର୍ବରୁ ଅନେକ ମାମଲା ରହିଛି । ବଡଗଡ ,ଲିଙ୍ଗରାଜ ଥାନା ଅଞ୍ଚଳରେ ତା ନାଁରେ ଏକାଧିକ ମାମଲା ରହିଛି ।

