ଭୁବନେଶ୍ବର: ଖାକି ବାବୁ ପଢୁଛନ୍ତି ସାଇବର ପାଠ । ତ୍ୱରିତ ହେବ ସାଇବର ଅପରାଧ ତଦନ୍ତ । କମିଶନରେଟ ପୋଲିସ ପଢୁଛି ଡିଜିଟାଲ ଫରେନ୍ସିକ୍ ପାଠ । ପୋଲିସ ସେବା ଭବନରେ ପୋଲିସ ଅଧିକାରୀଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଡିଜିଟାଲ ଯୁଗରେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର ଅପରାଧକୁ ରୋକିବା ପାଇଁ ଏହି ତାଲିମ। ଟ୍ବିନ ସିଟି ପୋଲିସ କମିଶନର କହିଛନ୍ତି, ସାଇବର ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜ୍ୟରେ ୨୦ ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ପ୍ରତିଷ୍ଠା ହୋଇଛି ।
ଉନ୍ନତ ମାନର ତଦନ୍ତ ପାଇଁ ଅଧିକାରୀ ମାନେ ସ୍ୱତନ୍ତ୍ର ଭାବେ ତାଲିମ ନେଉଛନ୍ତି । କେୱାଇସି କଲ୍, ୟୁପିଆଇ ସ୍କାମ, ଲଟେରୀ ଓ ପ୍ରାଇଜ ସ୍କାମ, ଇନଭେଷ୍ଟମେଣ୍ଟ ଓ ପାର୍ସଲ ସ୍କାମ ଓ ଡିଜିଟାଲ ଆରେଷ୍ଟ କିଭଳି ରୋକାଯାଇପାରିବ ସେ ନେଇ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଏହାସହ ସାଇବର ମାମଲାର ତଦନ୍ତ ସମୟରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ଦିଗରେ ମଧ୍ୟ ଗୁରୁତ୍ୱାରୋପ ଦିଆଯାଇଥିଲା।
