ଏରୋପ୍ଲେନରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପର୍ଯ୍ୟଟକ

Puri x

ପୁରୀ : ଏରୋପ୍ଲେନ ଭିତରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପୁରୀ ବାସିନ୍ଦା ଏବଂ ପର୍ଯ୍ୟଟକ । ଏକ ନିଆରା ଢଙ୍ଗରେ ପୁରୀରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ। ତେବେ ଏରୋପ୍ଲେନ ଭିତରେ ବସି ଖାଦ୍ୟପେୟର ମଜା ଏକ ନିଆରା ଅନୁଭୂତି ପାଇବେ ପର୍ଯ୍ୟଟକ। ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ ମଧ୍ୟରେ ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏନେଇ ପୁରୀକୁ ଆସିଛି ଏକ ବିମାନର ଅଂଶବିଶେଷ । ଆଉ ସେଥିରେ ମୋନିଜି ଏଣ୍ଟରପ୍ରାଇଜେସ୍ ଲେଖା ରହିଛି । ଏହି ଏରୋପ୍ଲେନକୁ ଦେଖିବା ସହିତ ଲୋକମାନେ ନିଜ ମୋବାଇଲ ଫୋନରେ ଫଟୋ ଏବଂ ଭିଡିଓ ଉତ୍ତୋଳନ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି ।

Share