ଶୋଇବାକୁ ଜାଗା ନଦେବାରୁ ଭିଣୋଇକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଶଳା

Bbsr m

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଭିଣୋଇକୁ ଅତି ନିର୍ମମ ହତ୍ୟା କଲା ଶଳା । ଶୋଇବାକୁ ଜାଗା ନ ଦେବାରୁ ଭିଣୋଇକୁ ହତ୍ୟା । ଠେଙ୍ଗାରେ ପିଟିପିଟି ଭିଣୋଇ ହତ୍ୟା । ଚନ୍ଦକା ଥାନା ପାଇକରାପୁର ଭୂତ ବଙ୍ଗଳାରେ ଭିଣୋଇ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ । ଶାଳକ ବ୍ରଜକିଶୋର ଭୋଇକୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ହତ୍ୟା ପରେ କିପରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲା ଶଳା । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ପାଇକରାପୁରରେ ଘଟିଛି ଏହି ଘଟଣା ।

ଭୂତ ବଙ୍ଗଳାରେ ଦେଖାରଖା ଦାୟିତ୍ବରେ ଥିଲେ ଗିରଫ ଅଭିଯୁକ୍ତ ବ୍ରଜ ଓ ତାଙ୍କ ବାପା । ରାତି ପ୍ରାୟ ୧୧ଟା ସମୟରେ ବ୍ରଜ ଆସି ଦେଖିବାକୁ ପାଇଥିଲେ। ଚାରି ଲୋକ ସେଠି ଶୋଇଥିଲେ ଯେଉଁଠି ବ୍ରଜ ଶୋଇବା ପାଇଁ ଜାଗା ନଥିଲା । ସେମାନଙ୍କୁ ସେଠାରୁ ହଟିବା ପାଇଁ ବ୍ରଜ ସେମାନଙ୍କୁ କହିଥିଲେ । ଉତକ୍ଷିପ୍ତ ହୋଇ ଶୋଇଥିବା ଲୋକଙ୍କୁ ଠେଙ୍ଗାରେ ପିଟି ଉଠାଇବାକୁ ଚେଷ୍ଟା କରିଥିଲେ ।  ବ୍ରଜକିଶୋରଙ୍କ ଭିଣୋଇ ଠେଙ୍ଗା ମାଡରେ ଗୁରୁତର ଆହତ ହୋଇଥିଲେ । ପରେ ଶାଳକ ବ୍ରଜ କିଶୋର ତାଙ୍କୁ ଛାତରୁ ଗଳିପଡିଥିବା କହି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରି ଅଭିଯୁକ୍ତ ବ୍ରଜ କିଶୋର ଭୋଇକୁ ଗିରଫ କରିଛି ।

Share