ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

Lighning Strikes
Lighning strikes.

ମୟୂରଭଞ୍ଜ: ଆକସ୍ମିକ ବଜ୍ରପାତ ନେଲା ଦୁଇ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ଆକସ୍ମିକ ବଜ୍ରପାତ ଯୋଗୁଁ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜାବସା ପଞ୍ଚାୟତ କାଶିପାଳ ଗ୍ରାମର ସ୍ବର୍ଗତ ହରି ହାଁସଦାଙ୍କ ପୁଅ କାତୁଲ ହାଁସଦା ଏବଂ ସ୍ବର୍ଗତ ମଙ୍ଗଲ ହାଁସଦାଙ୍କ ସ୍ତ୍ରୀ ଫୁଲମଣି ହାଁସଦା ସୋମବାର ଗ୍ରାମ ନିକଟସ୍ଥ କ୍ଷେତରେ ଚାଷ କାମ କରୁଥିବା ବେଳେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା।

ଦୁହେଁ ବିଲରୁ ଘରକୁ ଫେରୁଥିବା ବାଟରେ ସେମାନଙ୍କ ଉପରେ ବଜ୍ରପାତ ହେବାରୁ ସେହିଠାରେ ହିଁ ଦୁହେଁ ଟଳି ପଡ଼ିଥିଲେ। ତେବେ ଚେତାଶୂନ୍ୟ ଅବସ୍ଥାରେ ଦୁହିଁଙ୍କୁ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କ ସହଯୋଗରେ ତୁରନ୍ତ ଆମ୍ବୁଲାନ୍ସରେ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବାରିପଦା ସଦର ପୁଲିସ ଡାକ୍ତରଖାନା ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ କରାଇଛି ।

Share