ଯୁବତୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ, ୪ ଗିରଫ

Salepur

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୪ ଗିରଫ ।  ୪ରୁ ୬ ଜଣ ଦୁର୍ବୁତ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଯୁବତୀ ଜଣକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।  ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଆଡ଼କୁ ଏକ କାରରେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଫେରୁଥିଲେ ।

କଟକ-ଚାନ୍ଦବାଲି ରାସ୍ତାର ସୁକରପଡା ନିକଟରେ ଗାଡ଼ି ଅଟକାଇ ଥିବାବେଳେ ୪ରୁ ୬ଜଣ ଦୁର୍ବୁତ୍ତ ଆସି ଗାଡିଟିକୁ ଘେରିଯାଇଥିଲେ ।  ଯୁବତୀ ଜଣଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ପୀଡିତା ।  ଏହି ଘଟଣାରେ ଜଣେ ଡ଼ିଏସପି ଓ ଜଣେ ଲେଡି ଅଫିସରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।  ପୀଡିତା ଯୁବତୀ ଜଣକ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଏସପି କହିଛନ୍ତି ।

Share