ମାଲକାନଗିରି : ବନ ବିଭାଗର ଜାଲରେ ଧରା ପଡିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ଏମଭି-୧୦୪ ଗାଁରେ ଦୁଇ ଦିନ ହେଲା କୁମ୍ଭୀର ଆତଙ୍କ ଲାଗି ରହିଛି । ବାଲିମେଳା ବନାଞ୍ଚଳ ଏମଭି-୧୦୪ ଗାଁର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ ବଡ କୁମ୍ଭୀର ବୁଲୁଥିବା ଗାଁ ଲୋକେ ଦେଖିଥିଲେ । କୁମ୍ଭୀରଟି ୯୦ରୁ ଅଧିକ ହଂସ ସହ ପୋଖରୀର ବହୁ ମାଛ ଖାଇଥିବା ନେଇ ଅଭିଯୋଗ ହୋଇଥିଲା ।
ବନ ବିଭାଗର ରାପିଡ ରେସପନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ସୁରକ୍ଷିତ ଭାବେ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଦୁଇ ଦିନ ଧରି ନାକେଦମ ହେବା ପରେ ଶେଷରେ ବନ ବିଭାଗ କୁମ୍ଭୀରଟିକୁ ଧରିବାରେ ସଫଳ ହୋଇଛି । କୁମ୍ଭୀର କୁ ଧରି ରାପିଡ ରେସପନ୍ସ ଟିମ ମାଲକାନଗିରି ଡିଏଫଓ କାର୍ଯ୍ୟାଳୟକୁ ଆସିଛନ୍ତି । ସ୍ୱାସ୍ଥ୍ୟ ପରିକ୍ଷା ପରେ କୁମ୍ଭୀରଟି କୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛଡାଯିବ।
