କଟକରୁ ଅପହୃତ ବ୍ୟାଙ୍କ ଅଧିକାରୀ ବାଲେଶ୍ୱରରୁ ଉଦ୍ଧାର, ୨ ଗିରଫ

Kiddnap

କଟକ: କଟକରୁ ଅପହୃତ, ବାଲେଶ୍ୱରରୁ ଉଦ୍ଧାର । ବ୍ୟାଙ୍କ ଅଧିକାରୀଙ୍କ ଅପହରଣ ଘଟଣାରେ ମଧୁପାଟଣା ପୋଲିସକୁ ସଫଳତା । ବାଲେଶ୍ୱର ଜିଲ୍ଲାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗମ୍ଭାରୀର ରାମଚନ୍ଦ୍ର ଦାସ ଓ ସିଙ୍ଗଲା ଥାନା ଅଞ୍ଚଳର ରାଜକୁମାର ସାହୁ ।

ଋଣ ନମିଳିବାରୁ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ସାହୁଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ମନୋଜଙ୍କୁ ଘରୁ ଡାକିନେଇ କାରରେ ନେଇ ପଳାଇ ଥିଲେ । ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ମନୋଜଙ୍କ ପତ୍ନୀ । ପରବର୍ତ୍ତୀ ସମୟରେ ଅପହରଣକାରୀ ମନୋଜଙ୍କ ପତ୍ନୀଙ୍କୁ ଫୋନ କରି ଟଙ୍କା ଦେଲେ ସ୍ୱାମୀଙ୍କୁ ଛାଡ଼ିବୁ ବୋଲି କହିଥିଲେ । ପୂର୍ବରୁ ଅପହରଣକାରୀ ମନୋଜଙ୍କ ପାଖରେ ଆକାଉଣ୍ଟ ଖୋଲିଥିଲେ। ଋଣ ମିଳିବାର ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ମିଳି ନ ଥିଲା । ଏହାକୁ ନେଇ ଦୁର୍ବୃତ୍ତମାନେ ବ୍ୟାଙ୍କ ଅଧିକାରୀଙ୍କୁ ଅପହରଣ କରିଥିଲେ ।

Share