ବାଲେଶ୍ବର ସହରେର ପ୍ରବଳ ବର୍ଷା: ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ପ୍ରଭାବିତ

Balesore

ବାଲେଶ୍ଵର: ପ୍ରବଳ ବର୍ଷା ଯୋଗୁ ବାଲେଶ୍ଵର ପୌରପାଳିକାର ଗୁଡ଼ିପଦା ଅଞ୍ଚଳ ଜଳମଗ୍ନ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଛି । ସେହିଭଳି କିଛି ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ବାଲେଶ୍ୱର ପୌରପାଳିକା ଅଧୀନ ଗୁଡ଼ିପଦା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଫଳରେ ଅଞ୍ଚଳର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ରାସ୍ତା ଉପରେ ଦୀର୍ଘ ସମୟ ଧରି ବର୍ଷାଜଳ ଜମି ରହିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ଅନେକ ସ୍ଥାନରେ ଲୋକମାନେ ପାଣି ଭିତରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।

କେବଳ ଗୁଡ଼ିପଦା ନୁହେଁ, ବାଲେଶ୍ୱର ସହରର କିଛି ତଳିଆ ଅଞ୍ଚଳ ମଧ୍ୟ ବର୍ଷାଜଳରେ ଜଳମଗ୍ନ ହୋଇପଡ଼ିଛି । ଘର ଓ ଦୋକାନ ସମ୍ମୁଖରେ ପାଣି ଜମି ରହିବାରୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଅସୁବିଧାରେ ପଡ଼ିଛନ୍ତି। ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଆଶଙ୍କା ରହିଛି । ବର୍ଷାଜଳ ନିଷ୍କାସନ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଡ୍ରେନ୍‌ଗୁଡ଼ିକରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଭାରି ବର୍ଷା ଯୋଗୁଁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

Share